ଚାଷୀ ମାନଙ୍କର ସୁବିଧା ପାଇଁ (ମଣ୍ଡି ନିୟମାବଲି)

ଚାଷୀ ମାନଙ୍କର ସୁବିଧା ପାଇଁ  (ମଣ୍ଡି ନିୟମାବଲି)

💥 ସରକରଙ୍କ ନିର୍ଦ୍ଧାରିତ ମାନ ଅନୁଯାଇ ଚାଷି  ଭାଇମାନେ ମଣ୍ଡିକୁ ଧାନ ଓଜନ କରିବା ପାଇଁ ଆଣିବେ।

💥 ମଣ୍ଡି ଭିତରକୁ କେବଳ ସରକାରି କର୍ମଚାରି ସହ ଲେବରଙ୍କ ବ୍ୟତୀତ ଟୋକନ ଧାରି ଚାଷିମାନେ (ସେହି ଦିନର) ପ୍ରବେଶ କରିବେ। 

💥 ପ୍ରତୈକ ଦିନ ପ୍ରାତଃକାଳ ୬ ଟା ରୁ ମଧ୍ୟାହ୍ନ ୧୧ ଟା ପର୍ଯ୍ୟନ୍ତ ମଣ୍ଡିକୁ ଧାନ ଆଣି ପାରିବେ। ବିଦ୍ର : ସକାଳ ୬ ରୁ ୮ ଟା ମଧ୍ଯରେ ଲିଷ୍ଟିଗଂ ହୋଇଥିବା ଚାଷିଙ୍କ ଧାନ ସେମ୍ପୁଲ ସଂଗ୍ରହ ପାଇଁ ଯୋଗ୍ୟ ହେବେ ତଥା ଟୋକେନ ତାରିଖ ଅନୁସାରେ।

💥 ମଣ୍ଡି ଭିତରେ ଥିବା ଉପସ୍ଥିତ ଚାଷିମାନଙ୍କର ଲିଷ୍ଟିଗଂ କ୍ରମାନ୍ବୟ ଅନୁସାରେ ଆଣିଥିବା ଧାନ ର ସେମ୍ପୁଲ ସଂଗ୍ରହ କରାଯିବ। 

💥 ଯୋଗ୍ୟ ଲିଷ୍ଟ ଅନୁସାରେ ସମସ୍ତଙ୍କ ଉପସ୍ଥିତିରେ ଧାନର ମାନ ନିରୁପଣ ହେଲା ପରେ ସେହି କ୍ରମାନ୍ଵୟରେ ଚାଷୀର ଧାନ ଓଜନ କରାଯିବ। ଏଥିରେ ମିଲର କିମ୍ବା ତାଙ୍କ ପ୍ରତିନିଧି କୌଣସି ପ୍ରକାର ହସ୍ତକ୍ଷେପ କରି ପାରିବେ ନାହିଁ।

💥 ଧାନ ଉଠାଣ ସମୟରେ ଟୋକାନ ମାଲିକ ମଣ୍ଡିରେ ଉପସ୍ଥିତ ନ ଥିବେ ତେବେ ତାଙ୍କର ଧାନ ଉଠିବ ନାହିଁ।

💥 ଯଦି ଧାନ ବିକ୍ରି ପରେ ଆଣିଥିବା ଧାନ ପକେଟ ବଳିଯାଏ ତେବେ ଉକ୍ତ ଧାନକୁ ମଣ୍ଡିରେ ରଖିବେ ନାହିଁ। 

PM ସୂର୍ଯ୍ୟ ଘର  https://pm-surya-ghara.blogspot.com/2025/06/PM-Surya-Ghara.html

💥 ଧାନ ଆଣିବା ପୂର୍ବରୁ ମଣ୍ଡିରେ କେଉଁ ତାରିଖର ଧାନ ଉଠୁଛି ସେ ବିଷୟରେ ବୁଝିକି ଚାଷୀ ଧାନ ସହ ମୋବାଇଲ ନମ୍ବର ଓ ଟୋକାନ ମେସେଜ ଆଣିବେ।

💥 ଚାଷୀ କେଉଁ ପ୍ରକାରର ଯାନ ରେ ଧାନ ମଣ୍ଡିକୁ ଆଣିଥିଲେ ତାହାର ତଥ୍ୟ ଏବଂ ନମ୍ବର।

💥 କୌଣସି କାରଣ ବଶତଃ ଲିଷ୍ଟ ଧାନ ଵିକ୍ରି ହେଇନପାରିଲେ ତା'ପର ଦିନ ବିଚାରକୁ ନିଆଯିବ। 

💥 ଆଣିଥିବା ଧାନରେ ଥୋପ ରେ ଚାଷୀ ନିଜର ନାମ, ଟୋକେନ ନମ୍ବର, କେତେ ବସ୍ତା, ଆଣିଥବା ତାରିଖ ସହ ମୋବାଇଲ ନମ୍ବର ଲେଖିବେ,

💥 ଯଦି ସମ୍ଭବ ହେବ ତ GPS କ୍ୟାମେରା ରେ ସେଲ୍ଫି ଟେ ନେଇ ଚାଷୀଭାଇଙ୍କ ମଣ୍ଡି whatsapp ଗ୍ରୁପରେ ପୋଷ୍ଟ କରିବେ। GPS app Link 👉  https://play.google.com/store/apps/details?id=com.derekr.NoteCam 









.

Comments

Popular posts from this blog

Paddy Procurement (Training 2024-25)

QA Training

eNAM Odia