ଚାଷୀ ମାନଙ୍କର ସୁବିଧା ପାଇଁ (ମଣ୍ଡି ନିୟମାବଲି)
ଚାଷୀ ମାନଙ୍କର ସୁବିଧା ପାଇଁ (ମଣ୍ଡି ନିୟମାବଲି) 💥 ସରକରଙ୍କ ନିର୍ଦ୍ଧାରିତ ମାନ ଅନୁଯାଇ ଚାଷି ଭାଇମାନେ ମଣ୍ଡିକୁ ଧାନ ଓଜନ କରିବା ପାଇଁ ଆଣିବେ । 💥 ମଣ୍ଡି ଭିତରକୁ କେବଳ ସରକାରି କର୍ମଚାରି ସହ ଲେବରଙ୍କ ବ୍ୟତୀତ ଟୋକନ ଧାରି ଚାଷିମାନେ (ସେହି ଦିନର) ପ୍ରବେଶ କରିବେ । 💥 ପ୍ରତୈକ ଦିନ ପ୍ରାତଃକାଳ ୬ ଟା ରୁ ମଧ୍ୟାହ୍ନ ୧୧ ଟା ପର୍ଯ୍ୟନ୍ତ ମଣ୍ଡିକୁ ଧାନ ଆଣି ପାରିବେ । ବିଦ୍ର : ସକାଳ ୬ ରୁ ୮ ଟା ମଧ୍ଯରେ ଲିଷ୍ଟିଗଂ ହୋଇଥିବା ଚାଷିଙ୍କ ଧାନ ସେମ୍ପୁଲ ସଂଗ୍ରହ ପାଇଁ ଯୋଗ୍ୟ ହେବେ ତଥା ଟୋକେନ ତାରିଖ ଅନୁସାରେ । 💥 ମଣ୍ଡି ଭିତରେ ଥିବା ଉପସ୍ଥିତ ଚାଷିମାନଙ୍କର ଲିଷ୍ଟିଗଂ କ୍ରମାନ୍ବୟ ଅନୁସାରେ ଆଣିଥିବା ଧାନ ର ସେମ୍ପୁଲ ସଂଗ୍ରହ କରାଯିବ । 💥 ଯୋଗ୍ୟ ଲିଷ୍ଟ ଅନୁସାରେ ସମସ୍ତଙ୍କ ଉପସ୍ଥିତିରେ ଧାନର ମାନ ନିରୁପଣ ହେଲା ପରେ ସେହି କ୍ରମାନ୍ଵୟରେ ଚାଷୀର ଧାନ ଓଜନ କରାଯିବ । ଏଥିରେ ମିଲର କିମ୍ବା ତାଙ୍କ ପ୍ରତିନିଧି କୌଣସି ପ୍ରକାର ହସ୍ତକ୍ଷେପ କରି ପାରିବେ ନାହିଁ । 💥 ଧାନ ଉଠାଣ ସମୟରେ ଟୋକାନ ମାଲିକ ମଣ୍ଡିରେ ଉପସ୍ଥିତ ନ ଥିବେ ତେବେ ତାଙ୍କର ଧାନ ଉଠିବ ନାହିଁ । 💥 ଯଦି ଧାନ ବିକ୍ରି ପରେ ଆଣିଥିବା ଧାନ ପକେଟ ବଳିଯାଏ ତେବେ ଉକ୍ତ ଧାନକୁ ମଣ୍ଡିରେ ରଖିବେ ନାହିଁ । PM ସୂର୍ଯ୍ୟ ଘର https://pm-surya-ghara.blogspot.com/2025/06/PM-Surya-Ghara.htm...